ଅଗ୍ରଗାମୀ ମିଲ୍ଲେଟ ଚାଷୀଙ୍କ ସମ୍ମାନ ସମାରୋହ ଅନୁଷ୍ଠିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ତା ୧୨.୧୨.୨୦୨୫ ରିଖ ଦିନ ସେଟାର ମଲ୍ଲିଝରଣ ଠାରେ ଅଗ୍ରଗାମୀ ଏବଂ ମାଣ୍ଡିବିଶୀ ମିଲ୍ଲେଟ୍ ପ୍ରଡୁସର କମ୍ପାନୀ ମିଳିତ ସହଯୋଗରେ ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ ସହାୟତା ରେ ଖାଦ୍ୟ ଉତ୍ସବ ଓ ମିଲ୍ଲେଟ ସିଷ୍ଟର୍ଶ ଏବଂ ମିଲ୍ଲେଟ୍ ଚାଷୀଙ୍କ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଜାଣିଛନ୍ତି ଏହି ଅବଧି ପାଇଁ ଅଗ୍ରଗାମୀ ସଂଗଠନ ରାୟଗଡ଼ା ଜିଲ୍ଲା ସହ ପୁରା ଓଡ଼ିଶାରେ ସର୍ବଶ୍ରେଷ୍ଠ ସହଯୋଗୀ ସଂସ୍ଥା ଭାବେ ସମ୍ମାନିତ କରାଯାଇଛି। ଏହା କେବଳ ସଭାବ ହୋଇଛି ଆମ ମିଲ୍ଲେଟ୍ ଚାଷୀମାନଙ୍କ ଯୋଗୁଁ। କୁ ଏହି ମିଲ୍ଲେଟ୍ ଖାଦ୍ୟ ମେଳା ରେ ୫୦ ଜଣ ମିଲ୍ଲେଟ ସଫଳ ଚାଷୀ ଏବଂ 6 ଟି ସ୍ୱୟଂ ସହାୟକ ଦଳକୁ ପ୍ରମାଣ ପତ୍ର ସହ ଉପଢକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କାଶିପୁର ବ୍ଲକ  ୨୩ଟି ଗ୍ରାମ ପଞ୍ଚାୟତ ରୁ ୧୧୫ ଚାଷୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଅଗ୍ରଗାମୀ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ଅଚ୍ୟୁତ ଦାସ ସମ୍ମାନ ସମାରୋହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଭିଷେକ ମିଶ୍ର, ୱାସାନ ରାୟଗଡ଼ା, ଶ୍ରୀ ବିଶ୍ୱଜିତ୍ ବେହେରା, ଅତିରିକ୍ତ କୃଷି ଅଧିକାରୀ ଟିକିରି, ସୁଶ୍ରୀ ସୁନିତା ସୋରୁନ, ଅତିରିକ୍ତ କୃଷି ଅଧିକାରୀ, କାଶିପୁର, ଶ୍ରୀମତି ହରିପ୍ରିୟା ପତ୍ର, କୃଷି ଅଧିକାରୀ, ହଡ଼ିଗୁଡ଼ା ପଞ୍ଚାୟତ, ଶ୍ରୀମତୀ ବିଦ୍ୟା ଦାସ, ସହ ନିର୍ଦ୍ଧେଶକ ଅଗ୍ରଗାମୀ କାଶିପୁର, ଯଦୁମଣି ମାଝୀ, ହାଡ଼ିଗୁଡ଼ା ସରପଞ୍ଚ, ଶ୍ରୀଯୁକ୍ତ ଡମ୍ବରୁଧର ମାଝୀ, କୋଡ଼ିପାରି ଏବଂ ଶ୍ରୀ ସଦନ ମାଝୀ, ଆନ୍ତର୍ଜାତୀୟ ମାନବିକ ଅଧିକାର ରକ୍ଷକ ତଥା ରାୟଗଡ଼ା ଜିଲ୍ଲା ସମ୍ପାଦକ ଇତ୍ୟାଦି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ୬ ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ନିଜର ପାରମ୍ପରିକ ମିଲ୍ଲେଟ ଖାଦ୍ୟ ଷ୍ଟଲ ପ୍ରଦର୍ଶନ କରାଇଥିଲେ। ଯଥା ସାତଭଉଣି ସ୍ୱୟଂ ସହାୟକ ଦଳ, ରେଙ୍ଗା ରୋହିଣୀ ସ୍ୱୟଂ ସହଦଳ, କୁଚେଇପଦର ଧନଲକ୍ଷ୍ମୀ ସ୍ୱୟଂ ସହାୟକ ଦଳ, ଟିକିରି ମାଣ୍ଡିଆ ରାଣୀ ଦଳ, ଝିରିଗା ସ୍ଵୟଂ ସହାୟକ ଦଳ। ସେଟାର ର ମାନେଜୀଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ଅତୁଲ କୁମାର ନାୟକ ସମ୍ମାନ ସମାରୋହର ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ଶେଷରେ ଶ୍ରୀ ଯୁକ୍ତ କମ୍ଭୂ ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରୁଥିଲେ।

Leave a Reply

Your email address will not be published. Required fields are marked *