ଟିକିରି ଆଇଆଇସି ବିଶ୍ଵ ବନ୍ଦୀନୀ ବାଗ ଙ୍କୁ ଟିକିରି ସାମ୍ବାଦିକ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବୋର୍ଧନା

ଟିକିରି IIC ବିଶ୍ୱବନ୍ଧେନି ବାଘ ଙ୍କୁ ବିଦାୟ କାଳିନ ସମୟରେ ଅଞ୍ଚଳବାସୀ ଆଖିରୁ ଝରାଇଲୈ ଲୁହ।

ଟିକିରି,୧୯/୨୬(ଆକାଶ କୁମାର ନାଏକ)ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନାର ଆଇଆଇସି ବିଶ୍ୱବନ୍ଦିନୀ ବାଗ ଙ୍କ ବଦଳି ରାୟଗଡା ଜିଲ୍ଲା ଗୁଡାରି ଥାନାକୁ ହୋଇଥିବା ବେଳେ ଆଜି ବିଦାୟ ନେଇଛନ୍ତି।ତାଙ୍କରବଳ ବଦଳୀରେ ଟିକିରି ଅଞ୍ଚଳରେ ଗଭୀର ଶୂନ୍ୟତା ଅନୁଭୂତ ହେଉଛି। ଜଣେ କଠୋର ପୋଲିସ ଅଧିକାରୀ ନୁହେଁ, ବରଂ ଜଣେ ମାନବିକ, ସମ୍ବେଦନଶୀଳ ଓ ଅଞ୍ଚଳବାସୀଙ୍କ ଆପଣାର ଲୋକ ଭାବେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ସାମ୍ବାଦିକମାନଙ୍କ ତରଫରୁ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାଡାମ ଆଇଆଇସି ନିଜ ଭାବନାକୁ ଅଟକାଇ ପାରିନଥିଲେ। ସାମ୍ବାଦିକମାନଙ୍କ ସମ୍ମୁଖରେ ତାଙ୍କ ଆଖିରେ ଲୁହ ଦେଖି ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ।ତାଙ୍କ କାର୍ଯ୍ୟକାଳରେ ଟିକିରି ଥାନା କେବଳ ଆଇନର କେନ୍ଦ୍ର ନୁହେଁ, ବରଂ ନ୍ୟାୟ ଓ ମାନବିକତାର ଏକ ଆଶ୍ରୟସ୍ଥଳ ଭାବେ ପରିଚିତ ହୋଇଥିଲା। ତାଙ୍କ ବିଦାୟରେ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ବିଶ୍ୱବନ୍ଦିନୀ ବାଗ ଙ୍କ ପରି ଆଇଆଇସି ଟିକିରି ପାଇଁ ପୁଣି ମିଳିବାଅତ୍ୟନ୍ତ କଷ୍ଟକର।ବିଶ୍ୱବନ୍ଦିନୀ ବାଗ ଙ୍କ ବିଦାୟ ସହିତ ଟିକିରି ଆଜି ଜଣେ ନିଜ ଲୋକକୁ ହୋରାଇଥିବା ଭାବନାରେ ନିରବ ହୋଇଯାଇଛି।ତାଙ୍କ ବିଦାୟ ନେବା ଖବର ଶୁଣି ଥାନାରେ ଲୋକଙ୍କ ଶୁଅ ଛୁଟିଥିଲା।ସମସ୍ତ ଙ୍କ ଆଖିରେ ଥିଲା ଛଳଛଳ ଲୁହ।ଥାନା କର୍ମଚାରୀ ହୋଉ ଅବା ଅଞ୍ଚଳବାସୀ ସମସ୍ତଙ୍କ ମନରେ ଥିଲା ଦୁଃଖ। ସମସ୍ତେ ଭାବବିହ୍ୱଳ ହୋଇ ବିଦାୟ ଦେଲେ ଆଇଆଇସି ବିଶ୍ଵ ବନ୍ଦିନୀ ବାଗଙ୍କୁ।ଠିକ ସେହିପରି ନୂତନ ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ସ୍ବାଗତ ସମ୍ବର୍ଧନା କାଶିପୁର ସାମ୍ବାଦିକ ସଂଙ୍ଘ ତରଫରୁ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ରତ୍ନାକର ନାଏକ, ଚନ୍ଦ୍ରଶେଖର ପାତ୍ର, ବୈକୁଣ୍ଠ ଦୁରିଆ, ପ୍ରଫୁଲ୍ଲ ବେହେରା, ହୃଷିକେଶ ସାହୁ, ଡମ୍ବରୁ ବେହେରା ,ରଞ୍ଜନ ବିଡ଼ିକସମାଜସେବି ହଧପ୍ରଷାଦ ନାୟକ,ମାଝିଗୈରୀ ମିଶ୍ର,କିଶର ବେହେରା,ତେଲି ନାଏକ,ନାଗେଶ୍ଵର ନାଏକ,ବିରଞ୍ଝି ହୋତା,ଅମିତାପଣ୍ଡା,ଖାନାବାବୁ,ହିନା,ଚିନ୍ମୟ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଆମ୍ବୁଲାନ୍ସ ଧକ୍କା ମହିଳା ମୃତ ୨ ଗୁରୁତର

କଟକରୁ ଚିକିତ୍ସିତ ହୋଇ ଫେରିବା ବେଳେ ଦୁର୍ଘଟଣାରେ ମୃତ୍ୟୁ।ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା କପାମଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା।ବୋଲେରୋରେ ଫେରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା।କଟକ ବଡ଼ ଡ଼ାକ୍ତରଖାନାରେ ଲଳିତାଙ୍କୁ ଚିକିତ୍ସା କରାଇ ପରିବାର ଲୋକେ କାଶୀପୁର ଫେରୁଥିବା ବେଳେ ବିପରୀତ ଦିଗରୁ ଆମ୍ବୁଲାନ୍ସଟି ଦୃତଗତିରେ ଆସି ଧକ୍କା ଦେଇଥିଲା।ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ କର୍ମଚାରୀମାନଙ୍କ ସହାୟତାରେ ସମସ୍ତ ଆହାତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ଲଳିତାଙ୍କୁ ମୃତ ଘୋଷଣା କରିଥିଲେ। ଆହାତ କୁମାରୀ ଏବଂ ବୁନାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ମକଦ୍ଦମା ରୁଜୁ କରି ଲଳିତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣାଗସ୍ତ ଦୁଇଟି ଗାଡ଼ିକୁ ଜବତ କରାଯାଇ ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ଉଦଘାଟିତ

କାଶୀପୁର (ଭି ଓ) -ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକର ଟିକିରି ୟୁଥ୍ କ୍ରିକେଟ କ୍ଲବ ପକ୍ଷରୁ ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ର ସଫଳ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମାଁ ଗଙ୍ଗାଦେବୀ ଠାକୁରାଣୀ ଓ ଅଗ୍ନି ଭୈରବ ମନ୍ଦିରରୁ ଏକ ଆଡମ୍ବରପୂର୍ଣ୍ଣ ମଶାଳ ଯାତ୍ରା ବାହାରି ଟିକିରି ରେଲୱେ କ୍ରିକେଟ ମାଇଦାନରେ ପହଞ୍ଚିଥିଲା।ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା  ହିଣ୍ଡାଲକୋ କଂସାରୀଗୁଡା କମ୍ପାନୀର ୟୁନିଟ ହେଡ ମଜହର ବେଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ସିଏସଆର ମୁଖ୍ୟ ତନ୍ମୟ ମହାନ୍ତି ଉପସ୍ଥିତ ରହି ରିବନ୍ କାଟି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ।ଅନୁଷ୍ଠାନର ସଭାପତି ଭାବେ ରହିମ କୁମାର, କୋଷାଧ୍ୟକ୍ଷ ଚରଣ ନାଏକ, ଉପ-ସଭାପତି ଡମ୍ବୁରୁ ଦିସାରି ଉପସ୍ଥିତ ଥିଲେ।ଉଦଘାଟନୀ ମ୍ୟାଚରେ ଏମ୍‌.କେ. ମହାନନ୍ଦ ଲାୟନ୍ସ ଓ ଜଗଦମ୍ବା–୧୧ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଏମ୍‌.କେ. ମହାନନ୍ଦ ଲାୟନ୍ସ ୧୨ ଓଭରରେ ୪ ୱିକେଟ ହାରାଇ ୧୧୯ ରନ୍ କରିଥିଲା। ପ୍ରତିଉତ୍ତରରେ ଜଗଦମ୍ବା–୧୧ ଦଳ ୪ ୱିକେଟ ହାରାଇ ୫ଟି ବଲ ବାକି ରହି ୧୨୧ ରନ୍ କରି ବିଜୟ ଲାଭ କରିଥିଲା।ଏହି ଟୁର୍ଣ୍ଣାମେଣ୍ଟ ୧୨ ଜାନୁଆରୀରୁ ଆରମ୍ଭ ହୋଇ ୨୯ ଜାନୁଆରୀରେ ସମାପ୍ତ ହେବ ବୋଲି ସଭାପତି ରହିମ କୁମାର ସୂଚନା ଦେଇଛନ୍ତି। ଆଇପିଏଲ ଢାଞ୍ଚାରେ ଆୟୋଜିତ ଏହି ଲିଗରେ ୮ଟି ଟିମ ଅଂଶଗ୍ରହଣ କରୁଥିବାବେଳେ ସମୁଦାୟ ୩୨ଟି ମ୍ୟାଚ ଖେଳାଯିବ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ହରପ୍ରସାଦ ନାୟକ, କୈଳାଶ ନାୟକ ସହ ବହୁ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ।

ସ୍ୱାମୀ ବିବେକାନନ୍ଦ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁନିଗୁଡା (ଭିଓ): ରାୟଗଡା ଜିଲ୍ଲା ମୁନିଗୁଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ସ୍ୱାମୀ ବିବେକାନନ୍ଦ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ପ୍ରିନ୍ସପାଲ ଦେବାଶିଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିଥି ଭାବେ ବିଧାୟକ ନୀଳମାଧଵ ହିକକା,ସମ୍ମାନିତ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ ଶବର, ସରପଞ୍ଚ ସରସ୍ବତୀ ଶବର, ସମିତି ସଭ୍ୟା ମମତା ପ୍ରାସ୍କା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ l ପରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ତମ ବ୍ୟବହାର ରଖିବାକୁ କହିବା ସହ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅଧିକ ଚାପ ନପକାଇବା ନେଇ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ,ପରେ ସ୍କୁଲର ପ୍ରିନସିପାଲ ଦେବାଶିଷ ଦାସ ବାର୍ଷିକ ବିବରଣୀ ପଠନ କରିବା ସହ ସ୍କୁଲର ଉର୍ନତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବାର୍ଷିକ ଉତ୍ସବ ନିମନ୍ତେ ସ୍କୁଲରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ଓ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l ଶେଷରେ କୁନି କୁନି ଶିଶୁ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଫେନ୍ସୀଡ୍ରେସ ସହ ବିଭିନ୍ନ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହାକି ଉପସ୍ଥିତ ଅତିଥି,ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ମନମୁଗ୍ଧ କରିଥିଲେ l ଉକ୍ତ ବାର୍ଷିକ ଉତ୍ସବକୁ ସ୍କୁଲର ଶିକ୍ଷୟତ୍ରୀ ସାଗରିକ ଦାସ, ମୋନାଲିସା ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ସ୍କୁଲର ପ୍ରିନ୍ସପାଲ ଦେବାଶିଷ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

୪୬ ଜଣ ପୋଲିସ ଅଧିକାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ

ଆଜି କଟକସ୍ଥିତ ଆର.କେ. ପାଢୀ ମେମୋରିଆଲ ହଲ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ୪୬ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ସେମାନଙ୍କର ଅସାଧାରଣ ସେବା, ନିଷ୍ଠା ଏବଂ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଡିଜିପି ପଦକ ଓ ମାନପତ୍ରରେ ସମ୍ମାନିତ କରିଛନ୍ତି।ପଦକ ପ୍ରାପ୍ତମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ଡ.ସତ୍ୟଜିତ ନାଏକ, ରାୟଗଡା ଏସପି ସ୍ଵସ୍ତି ଏସ. କୁମାର, କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା, ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର, କନ୍ଧମାଳ ଏସପି ହରିଶ ବି.ସି., ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା, କମାଣ୍ଡାଣ୍ଟ ପ୍ରଫୁଲ କୁମାର ସିଂହଙ୍କ ସହିତ ୩ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୭ ଜଣ ସବ୍‌-ଇନ୍ସପେକ୍ଟର, ୫ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର, ୫ ଜଣ ହାବିଲଦାର ଓ ୯ ଜଣ କନଷ୍ଟେବଳ/ଓଏପିଏଫ/ସିପାହୀ ଅନ୍ତର୍ଭୁକ୍ତ ।ଆଇନ ପ୍ରବର୍ତ୍ତନ କ୍ଷେତ୍ରରେ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେଇ ଡିଜିପି ଖୁରାନିଆ ପୁରସ୍କାର ପ୍ରାପ୍ତମାନଙ୍କୁ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରତୀକ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ (ଅପରାଧ ଶାଖା) ବିନୟତୋଷ ମିଶ୍ର ଏବଂ ନିର୍ଦ୍ଦେଶକ (ଗୋଇନ୍ଦା) ଆର.ପି. କୋଚେଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।

କ୍ଷତିପୂରଣ ଦାବିରେ ରାସ୍ତାରୋକ

ଗୁଣପୁର: ଯୁବକଙ୍କ ମୃତ୍ୟୁ ପରେ ତାତିଲେ ଗ୍ରାମବାସୀ | ମିଳିଥିବା ସୂଚନା ମୁତାବକ ଗତକାଲି ରାୟଗଡା ଜିଲ୍ଲା ଗୁଣପୁର ବଂଶଧାରା ବ୍ରିଜ ନିକଟରେ ଏକ ଘରୋଇବସ୍ ଏବଂ ବାଇକ ମଧ୍ୟରେ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଯୁବକ ଜଣକ ପୁଟାସିଂ ପଞ୍ଚାୟତର ମାନେଙ୍ଗୁଲୁ ଗ୍ରାମର ପଞ୍ଚିନ ଶବର ବୟସ (୩୫) ବୋଲି ଜଣାପଡିଛି। ସେ କୌଣସି କାରଣରୁ ଗୁଣପୁର ଆସିଥିବାବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲେ।ତେବେ ତାଙ୍କୁ ପ୍ରଥମେ ଗୁଣପୁର ମେଡିକାଲ ଅଣାଯାଇଥିଲା | ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ଆଜି ଗୁଣପୁର ବଂଶଧାରା ବ୍ରିଜଠାରେ ଶବକୁ ରଖି ସମ୍ପର୍କୀୟ ଲୋକେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ରାସ୍ତାରୋକ କରିଛନ୍ତି।କ୍ଷତିପୂରଣ ନ ମିଳିବା ଯାଏଁ ରାସ୍ତାରୁ ଉଠିବେ ନାହିଁ ବୋଲି ରାସ୍ତାରୋକ କରି ବସିଛନ୍ତି। ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାର ଉଭୟ ପଟୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇ ପଡ଼ିଛି। ଯାହା ଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ଭଊଣିଙ୍କୁ ଭେଟିଲେ ଉତ୍କଳ ଯାଦବ ସମାଜ ରାଜ୍ୟ ସମ୍ପାଦକ ଅମିତ

କାଶୀପୁର (ଭିଓ) – ଚଳିତ ମାସ ଗତ ୮ ଓ ୯ ତାରିଖରେ ଯାଦବ ମହାସଭା ତରଫରୁ ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ଆୟୋଜିତ ହୋଇଥିଲା ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଜାତୀୟ ଯାଦବ ମହାସଭା ର ଯୁବ ସଭାପତି ପ୍ରଦୀପ ବେହେରା, ରାଜ୍ୟ ସଭାପତି ଅମର ନାୟକ, ଓ ରାୟଗଡାର ଯୁବକ ତଥା ରାଜ୍ୟ ସମ୍ପାଦକ ଅମିତ କୁମାର ନାୟକ ଯୋଗ ଦେଇଥିଲେ। ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମରେ ଯାଦବ କୁଳର ବିକାଶ ତଥା ରେଜାଙ୍ଗଲା ଅହିର ରେଜିମେଣ୍ଟ ର ପୁନଃ ଉତ୍ଥାନ ନିମନ୍ତେ ଆଲୋଚନା ହୋଇଥିବା ରାଜ୍ୟ ଯାଦବ ମହାସଂଘ ସଂପାଦକ ଅମିତ ନାୟକ ପ୍ରକାଶ କରିଥିଲେ । ଏହା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଭଉଣୀ ତଥା ଉଜ୍ଜେନ ନଗର ପାଳିକାର ବାଚସ୍ପତି କଳାବତି ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଶ୍ରୀମତୀ ଯାଦବ ଓଡ଼ିଶାର ଏହି ଟିମକୁ ସମ୍ବର୍ଦ୍ଧନା କରିବା ସହ ଯାଦବ କୁଳ କିଭଳି ବିକାଶମୁଖି ହେବେ ଓ ସାଧାରଣ ସ୍ରୋତରେ ସାମିଲ ହେବେ ସେ ନେଇ ଆଲୋଚନା କରିଥିଲେ । ଏହାସହ ସରକାରଙ୍କ ପ୍ରତିଟି ଯୋଜନାରେ ସାମିଲ ହୋଇ ପାରିବେ ଓ ଉତ୍କଳ ଯାଦବ ମହାସଂଘ ର ଦାୟିତ୍ଵ ରହିବ ସେ ନେଇ କିଛି ଉପଦେଶ ଦେବା ସହ ସର୍ବଦା ଏଥିପ୍ରତି ତାଙ୍କର ସହଯୋଗ ରହିବା ବୋଲି ଆଶ୍ଵାସନା ଦେଇଥିଲେ । ଯାହାକି ଆଗାମୀ ଦିନରେ ରାଜ୍ୟରେ ଯାଦବ ମହାସଂଘ ର ବିଭିନ୍ନ ଯୁକ୍ତାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ଯାଦବ କୁଳ ନିଶ୍ଚିତ ଭାବରେ ବିକାଶର ପଥରେ ଅଗ୍ରସର ହେବ ବୋଲି ଉତ୍କଳ ଯାଦବ ମହାସଭାର ରାଜ୍ୟ ସମ୍ପାଦକ ଶ୍ରୀ ନାୟକ କହିଛନ୍ତି ।

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି, ପୁଲିହାରୀ-ଡ୍ରାଏ ଫ୍ରୁଟସରେ ମା’ ଗୋଦାଦେବୀ…

ରାୟଗଡ଼ା,୧୧/୧(ଭିଓ)- ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ବ୍ଲକର ଜେକେପୁର ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ସ୍ଥାନୀୟ ମନ୍ଦିର ପ୍ରଭୁ ଭେଙ୍କେଟେଶ୍ବରଙ୍କ ସ୍ତ୍ରୀ ଗୋଦାଦେବୀଙ୍କ ଚିତ୍ର ଅଭିନବ ଭାବରେ ତିଆରି କରାଯାଇଛି । ଏହି ଚିତ୍ରରେ ତେଲୁଗୁ ସଂପ୍ରଦାୟଙ୍କ ପ୍ରମୁଖ ପ୍ରସାଦ ପୁଲିହାରୀ ଓ ଡ୍ରାଏ ଫ୍ରୁଟସ(କାଜୁ ,କିସମିସ, ପିସ୍ତା ଓ ବାଦାମ)ରେ ମନ୍ଦିର ପରିସରରେ ତିଆରି ହୋଇଥିଲା ।ମନ୍ଦିର ପୂଜକଙ୍କ ଦ୍ବାରା ଏହାକୁ ତିଆରି କରାଯାଇଥିବା ବେଳେ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ସମେତ ଭକ୍ତଙ୍କ ଭିଡ ଲାଗିରହିଥିଲା ।ତେଲୁଗୁ ସଂପ୍ରଦାୟ ଲୋକମାନେ ଡିସେମ୍ବର ୧୬ରୁ ମକର ସଂକ୍ରାନ୍ତି ଯାଏଁ ଧନୁରମାସ ପାଳନ କରିଥାନ୍ତି ଏବଂ ଏହି ସମୟରେ ଗୋଦା ଦେବୀଙ୍କ ପୂଜା କରିଥାନ୍ତି । ଏହି ଅଭିନବ ଚିତ୍ର ନିର୍ମାଣ ପାଇଁ ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ ଆଚାରିଆଲୁ ଓ ତାଙ୍କର ସହଯୋଗୀ ମାନେ ପ୍ରାୟ ୨ ଘଣ୍ଟା ସମୟ ନେଇ ନିର୍ମାଣ କରିଥିଲେ । ଏହି ଅବସରରେ ରାୟଗଡା ସ୍କିତ ବାଲାଜୀ ନଗରରେ ଥିବା ଶ୍ରୀ କଲ୍ୟାଣଭେଙ୍କଟେଶ୍ବର ମନ୍ଦିରରେ କଡୁରାଇ (ଖିରି) ୧୦୮ ଟି କଳସରେ ନିର୍ମାଣ କରାଯାଇ ଭଗବାନଙ୍କୁ ଅର୍ପଣ କରିଥିଲେ । ଏହି ମନ୍ଦିରର ପ୍ରଧାନ ପୂଜକ ଭାସ୍କର ଆଚାରିଆଲୁ ଏବଂ ସହଯୋଗୀ ଏହି ସ୍ବତନ୍ତ୍ର ପ୍ରସାଦ ନିର୍ମାଣ କରିଥିଲେ । ଏହି ସ୍ବତନ୍ତ୍ର ଖିରି ୧୬ ପ୍ରକାର ସୁଗନ୍ଧିତ ଦ୍ରବ୍ୟରେ ପ୍ରସ୍ତୁତି ହୋଇଥିବା ପ୍ରଧାନ ପୂଜକ ଶ୍ରୀଭାସ୍କର ପ୍ରକାଶ କରିଛନ୍ତି ।

ବେଲପାହାଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ୱାଗନ

ଝାରସୁଗୁଡା (ଭିଓ) : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ୱାଗନ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଳ ଫାଟକରେ ଲାଇନଚ୍ୟୁତ ହେଲା କୋଇଲା ପରିବହନ କରୁଥିବା ରେଳଗାଡି l ହାୱଡା-ନାଗପୁର ରେଳ ପଥରେ କୋଇଲା ନେଇ ଯାଉଥିବା ଲାଇନ ଚ୍ୟୁତ ହୋଇଛି l କୌଣସି ବଡ଼ ଧରଣର ଅଘଟଣ ଘଟି ନାହିଁ l ଟ୍ରେନ ଲାଇନଚ୍ୟୁତ ହେବା ପରେ ବେଲପାହାଡ ରେଳ ଫାଟକକୁ ବନ୍ଦ କରାଯାଇଛି l ଫଳରେ ଫାଟକ ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ସୂଚନା ମିଳିଛି।

ବାଏପାସ୍ ରୋଡ୍ ନଥିବା ସତ୍ତ୍ୱେ ଭାରୀ ପରିବହନ, ଉତ୍କଳ ଆଲୁମିନା ଗାଡ଼ି ଯୋଗୁଁ ଟିକିରି–ରାୟଗଡା ରାସ୍ତା ହେଲା ମରଣ ଯନ୍ତା!

ଟିକିରି ଠାରୁ ରାୟଗଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହି ରାସ୍ତା ଦେଇ ପ୍ରତିଦିନ ଚଳାଚଳ କରୁଛି ଉତ୍କଳ ଆଲୁମିନା କମ୍ପାନୀର ଭାରୀ ପରିବହନ ଗାଡ଼ି।ଏହି ଅଞ୍ଚଳରେ କୌଣସି ବାଏପାସ୍ ରୋଡ୍ ନାହିଁ।ଫଳରେ ପ୍ରତିଦିନ ପ୍ରାୟ ୧୦୦ ରୁ ଅଧିକ ବଡ଼ ଟ୍ରକ୍ ଓ ଟ୍ରେଲର ସାଧାରଣ ଜନବହୁଳ ରାସ୍ତା ଦେଇ ଯାତାୟାତ କରୁଛି।ଏହି ରାସ୍ତା ଦେଇ ଯାତ୍ରା କରନ୍ତି ଛୋଟ ପିଲା ଶିଶୁ, ସ୍କୁଲ୍ ବସ୍, ରୋଗୀ ବୋଝା ଆମ୍ବୁଲାନ୍ସ,ବୃଦ୍ଧ, ମହିଳା ଓ ଶ୍ରମିକ।କିନ୍ତୁ ସେହି ଏକେ ରାସ୍ତାରେ ଭାରୀ ଗାଡ଼ି ଚଳାଚଳ ଯୋଗୁଁ ପ୍ରତିଦିନ ଏହି ରାସ୍ତା ଜୀବନ ଓ ମୃତ୍ୟୁର ସୀମାରେ ରହୁଛି।ସ୍ଥାନୀୟ ଲୋକମାନେ କହୁଛନ୍ତି “ରାସ୍ତା ଛୋଟ, ଗାଡ଼ି ବଡ଼।କେବେ କଣ ହେବ, କେହି ଜାଣେ ନାହିଁ।”ଅନେକ ସମୟରେ ଦୁର୍ଘଟଣା ଘଟିଥିବା ଅଭିଯୋଗ ମଧ୍ୟ ଆସୁଛି।ସବୁଠୁ ଚିନ୍ତାଜନକ କଥା କମ୍ପାନୀ ଓ ପ୍ରଶାସନ ସମସ୍ତ କଥା ଜାଣିଥିଲେ ମଧ୍ୟ ଚୁପ୍। ନା ଗାଡ଼ି ଚଳାଚଳ ଉପରେ କୌଣସି ନିୟନ୍ତ୍ରଣ,ନା ଭାରୀ ଯାନ ପାଇଁ ଆଲଗା ରାସ୍ତା।

  • କାହିଁକି ଏପର୍ଯ୍ୟନ୍ତ ବାଏପାସ୍ ରୋଡ୍ ତିଆରି ହୋଇନାହିଁ?
  • ସାଧାରଣ ରାସ୍ତାରେ ଏତେ ଭାରୀ ଯାନ ଚଳାଚଳ କେତେଟା ଆଇନସମ୍ମତ?
  • କୌଣସି ବଡ଼ ଦୁର୍ଘଟଣା ଘଟିଲେ ଦାୟୀ କିଏ?

ପ୍ରଶ୍ନ ଅନେକ, କିନ୍ତୁ ଉତ୍ତର ନାହିଁ।ସାଧାରଣ ଲୋକଙ୍କ ଜୀବନ ଯେତେବେଳେ ଜୋଖିମରେ, ଏହି ନୀରବତା କେତେଟା ଯୁକ୍ତିସଙ୍ଗତ?ଆମେ ଆଶା କରୁଛୁ ପ୍ରଶାସନ ଓ କମ୍ପାନୀ ଶୀଘ୍ର ଏହା ଉପରେ ପଦକ୍ଷେପ ନେବେ।

1
1
1