ବାଏପାସ୍ ରୋଡ୍ ନଥିବା ସତ୍ତ୍ୱେ ଭାରୀ ପରିବହନ, ଉତ୍କଳ ଆଲୁମିନା ଗାଡ଼ି ଯୋଗୁଁ ଟିକିରି–ରାୟଗଡା ରାସ୍ତା ହେଲା ମରଣ ଯନ୍ତା!

ଟିକିରି ଠାରୁ ରାୟଗଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହି ରାସ୍ତା ଦେଇ ପ୍ରତିଦିନ ଚଳାଚଳ କରୁଛି ଉତ୍କଳ ଆଲୁମିନା କମ୍ପାନୀର ଭାରୀ ପରିବହନ ଗାଡ଼ି।ଏହି ଅଞ୍ଚଳରେ କୌଣସି ବାଏପାସ୍ ରୋଡ୍ ନାହିଁ।ଫଳରେ ପ୍ରତିଦିନ ପ୍ରାୟ ୧୦୦ ରୁ ଅଧିକ ବଡ଼ ଟ୍ରକ୍ ଓ ଟ୍ରେଲର ସାଧାରଣ ଜନବହୁଳ ରାସ୍ତା ଦେଇ ଯାତାୟାତ କରୁଛି।ଏହି ରାସ୍ତା ଦେଇ ଯାତ୍ରା କରନ୍ତି ଛୋଟ ପିଲା ଶିଶୁ, ସ୍କୁଲ୍ ବସ୍, ରୋଗୀ ବୋଝା ଆମ୍ବୁଲାନ୍ସ,ବୃଦ୍ଧ, ମହିଳା ଓ ଶ୍ରମିକ।କିନ୍ତୁ ସେହି ଏକେ ରାସ୍ତାରେ ଭାରୀ ଗାଡ଼ି ଚଳାଚଳ ଯୋଗୁଁ ପ୍ରତିଦିନ ଏହି ରାସ୍ତା ଜୀବନ ଓ ମୃତ୍ୟୁର ସୀମାରେ ରହୁଛି।ସ୍ଥାନୀୟ ଲୋକମାନେ କହୁଛନ୍ତି “ରାସ୍ତା ଛୋଟ, ଗାଡ଼ି ବଡ଼।କେବେ କଣ ହେବ, କେହି ଜାଣେ ନାହିଁ।”ଅନେକ ସମୟରେ ଦୁର୍ଘଟଣା ଘଟିଥିବା ଅଭିଯୋଗ ମଧ୍ୟ ଆସୁଛି।ସବୁଠୁ ଚିନ୍ତାଜନକ କଥା କମ୍ପାନୀ ଓ ପ୍ରଶାସନ ସମସ୍ତ କଥା ଜାଣିଥିଲେ ମଧ୍ୟ ଚୁପ୍। ନା ଗାଡ଼ି ଚଳାଚଳ ଉପରେ କୌଣସି ନିୟନ୍ତ୍ରଣ,ନା ଭାରୀ ଯାନ ପାଇଁ ଆଲଗା ରାସ୍ତା।
- କାହିଁକି ଏପର୍ଯ୍ୟନ୍ତ ବାଏପାସ୍ ରୋଡ୍ ତିଆରି ହୋଇନାହିଁ?
- ସାଧାରଣ ରାସ୍ତାରେ ଏତେ ଭାରୀ ଯାନ ଚଳାଚଳ କେତେଟା ଆଇନସମ୍ମତ?
- କୌଣସି ବଡ଼ ଦୁର୍ଘଟଣା ଘଟିଲେ ଦାୟୀ କିଏ?
ପ୍ରଶ୍ନ ଅନେକ, କିନ୍ତୁ ଉତ୍ତର ନାହିଁ।ସାଧାରଣ ଲୋକଙ୍କ ଜୀବନ ଯେତେବେଳେ ଜୋଖିମରେ, ଏହି ନୀରବତା କେତେଟା ଯୁକ୍ତିସଙ୍ଗତ?ଆମେ ଆଶା କରୁଛୁ ପ୍ରଶାସନ ଓ କମ୍ପାନୀ ଶୀଘ୍ର ଏହା ଉପରେ ପଦକ୍ଷେପ ନେବେ।

