ଚଇତି -୨୫ କ୍ରୀଡା ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା/୧୧/୧୨/୨୫: ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି -୨୦୨୫’ ପାଳନ ଉପଲେକ୍ଷ ଗତ ୧୧/୧୨/୨୫ରିଖ ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ | ୩୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ ଛକରୁ ବରିଷ୍ଠ ନାଗରିକ ମାନଙ୍କର ପlଦଚlଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ,ସାମ୍ମନ୍ୱିତ; ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଚଇତି କ୍ରୀଡା ଉପସମିତିର ଅଧକ୍ଷ ଚନ୍ଦ୍ର କାନ୍ତ ମାଝୀ, ଡି.ଆଇ.ପି.ଆର.ଓ ଶ୍ରୀ ବସନ୍ତ କୁମାର ପ୍ରଧାନ, କ୍ରୀଡା ଅଧିକାରୀ ଶେଖ୍ ଆଲେନୁର, ପ୍ରମୁଖ ଉପସ୍ଥିତ ଥିଲେ।ସ୍ଥାନୀୟ କୋରାପୁଟ ଛକରୁ ; କାଟିଲାଗୁଡା ମା ତାରିଣୀ ପୀଠ ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ଯାଏଁ ପୁରୁଷ  ମହିଳା ବର୍ଗର ୫୦ବର୍ଷରୁ ୬୦ ବର୍ଷ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗ ମଧ୍ୟରେ; ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏଥିରେ ବହୁ; ପ୍ରତିଯୋଗୀ ନିଜ ନାମ ପଞ୍ଜିକୃତ କରି ମିନି ୱାକଥନରେ ସାମିଲ ହୋଇଥିଲେ | ଉଭୟ ବର୍ଗରେ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରକାଶ କରିଥିଲେ | ୫୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ବର୍ଗରେ ଚିତ୍ତରଞ୍ଜନ ରଥ,ପ୍ରଥମ, ଦ୍ଵିତୀୟରେ ବୁଧୁରାମ ମହାନ୍ତ, ତୃତୀୟରେ ହରିଶ ଚନ୍ଦ୍ର ସାହୁ, ଚତୁର୍ଥରେ ସୁବାଷ ଚନ୍ଦ୍ର ବାରିକ ;ଓ ହର ପ୍ରସାଦ ନlଲା ପଞ୍ଚମ ସ୍ଥାନରେ ରହିଥିବା ବେଳେ ୫୦ ଉର୍ଦ୍ଧ୍ୱ ମହିଳା ବର୍ଗରେ ଶିକ୍ଷୟତ୍ରୀ ସୁଜାତା ମାଦଳା ପ୍ରଥମ ସ୍ଥାନରେ, ସୁଜାତା ବାରିକ ଦ୍ଵିତୀୟରେ,ଓ ସୁଲତା ପ୍ରଧାନ ; ତୃତୀୟରେ,ସ୍ଥାନ ହାସଲ କରିଥିଲେ l ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରତିଯୋଗିତାରେ ଟ୍ରପତି ପଣ୍ଡା ପ୍ରଥମ, ମହମଦ ଅବାଡୁଲା ଅଳିଯାନ ଦ୍ବିତୀୟ, ସତ୍ୟନାରାୟଣ ମିଶ୍ର, ତୃତୀୟ, ଗୁଡଲା ଭେଣକାତରଣ ଚତୁର୍ଥ ଓ ଡ଼ଃ ବାବୁରାମ ମହାନ୍ତି; ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି | ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଆଜିଠାରୁ ଭଲିବଲ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି l ରାୟଗଡା ରୁ ଗୌରୀ ପଟ୍ଟନାୟକ

Leave a Reply

Your email address will not be published. Required fields are marked *