ସର୍ଗିଗୁଡା ଧାନ ମଣ୍ଡିର ଜୟପାଟଣା ପେକ୍ସ ପକ୍ଷରୁ ଧାନକ୍ରୟ ଶୁଭାରମ୍ଭ



ଖୋଲିଲା ମଣ୍ଡି ଦୁରହେଲା ଚାଷୀଙ୍କ ଦୁଃଖ ।କିନ୍ତୁ ରହିଲା ଟୋକନ ସମସ୍ୟା ।କଳାହାଣ୍ଡି ଜିଲ୍ଲା ଅଞ୍ଚଳରେ ଚାଷୀ ତାଙ୍କର ଏକ ତୃତୀୟାଂଶ ଚାଷ ଅମଳ କରିଥିବା ବେଳେ ବିଳମ୍ବରେ ଖୋଲିଛି ମଣ୍ଡି। ଧାନକିଣାକୁ ନେଇ milars ଓ ସରକାରଙ୍କ ମଧ୍ୟରେ ଚାଲିଥିବା ସମାଧାନର ବାଟ ଖୋଲିଛି ।କିନ୍ତୁ ଅଧିକାଂଶ ଚାଷୀଙ୍କ ରହିଛି ଟୋକନ ସମସ୍ୟା ।ଏହି ପରିପ୍ରେକ୍ଷୀରେ ଚାଷୀ ତାର ରବି ଫସଲ ପାଇଁ ସଜବାଜ ହେଲାଣି କିନ୍ତୁ ହାତରେ ନାହିଁ ଟଙ୍କା ।ତେଣୁ ତାଙ୍କ ବାର ମାସର ତପସ୍ୟା ଶୁଖୁଆ ପୋଡ଼ାରେ ଯିବକି ସାଧାରଣରେ ଚର୍ଚ୍ଚା ହେଲାଣି ।ଅନ୍ୟ ପକ୍ଷରେ ଭାରତ ସରକାର କୁଇଣ୍ଟାଲ ପିଛା ଧାନର ସହାୟତା ମୁଲ୍ୟ ୨୩୬୯ଟଙ୍କା ଥିବାବେଳେ ଇନପୁଟ ସହାୟତା କମହେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।ସେ ଯାହାହେଉ ଚାଷୀ କେବଳ ଇନପୁଟ ସହାୟତା ସହ ପୂର୍ବ ଦେୟଭଳି କୁଇଣ୍ଟାଲ ପିଛା ଧାନର ସହାୟତା ମୂଲ୍ୟ୩୧ସହ ହିଁ ପାଇବେ । ଧାନ କ୍ରୟ ଶୁଭାରମ୍ଭରେ RMC କର୍ତ୍ତୃପକ୍ଷ ମୁଜିପ ଖାନ, ଲୋକେଶ ରାଉତ, ପେକ୍ସ କତ୍ତୃପକ୍ଷ ଶୁଭମ ସାହୁ,, ଜିଲ୍ଲା ପରିଷଦ ଦେବ ପୁଝାରି, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବୈଦନାଥ ଠାକୁର, ସମେତ ଚାଷୀ ବୃନ୍ଦ ମହେନ୍ଦ୍ର ପୁଝାରି, ଦେବ କିଶୋର ନାୟକ, ଯୁଧିଷ୍ଠିର ପୁଝାରି, ଭାସ୍କର ପଟ୍ଟନାୟକ, ଶଶୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

